Plumber Niranjan Pradhan

My photo
Ulunda, Sonepur (Subarnapur), Western ODISHA, India

Friday, 15 November 2019

अयोध्या मामला

*ଅଯୋଧ୍ୟା ବିବାଦ ମାମଲାର ସମ୍ପୂର୍ଣ୍ଣ ଘଟଣାବଳୀ*

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ରାୟକୁ ଦେଶବାସୀ ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ। ନଭେମ୍ବର ୧୭ରେ ରାୟ ଶୁଣାଣି ହେବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ହଠାତ୍‌ ଧାର୍ଯ୍ୟ ତାରିଖ ପରିବର୍ତ୍ତନ କରାଯାଇ ନଭେମ୍ବର ୯ ଶନିବାର ରାୟ ଘୋଷଣା କରଯିବ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ଦେଶର ସବୁଠାରୁ ପୁରାତନ ଜମି ବିବାଦ ମାମଲାର ଆଦ୍ୟ କେଉଁଠୁ ହୋଇଥିଲା ଏବଂ ପର୍ଯ୍ୟାୟକ୍ରମେ ଏହି ମାମଲା କେଉଁ ଦିଗରେ ଯାଇଥିଲା ତାହାର ସମ୍ପୂର୍ଣ୍ଣ ଘଟଣାବଳୀ ନିମ୍ନରେ ଦିଆଗଲା।

୧୫୨୮: ଅଯୋଧ୍ୟାରେ ଏକ ଏପରି ସ୍ଥଳରେ ମସଜିଦ ନିର୍ମାଣ କରାଗଲା, ଯାହାକୁ ଅନେକ ହିନ୍ଦୁ ଭଗବାନ ଶ୍ରୀରାମଙ୍କ ଜନ୍ମ ସ୍ଥାନ ବୋଲି ବିବେଚନା କରନ୍ତି।

୧୮୫୩: ପ୍ରଥମଥର ପାଇଁ ଏହି ସ୍ଥଳରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ଅନୁମାନ କରାଯାଏ ମୋଗଲ ସମ୍ରାଟ ବାବର ଏହି ମସଜିଦ ନିର୍ମାଣ କରିଥିଲେ, ଯେଉଁଥିପାଇଁ ଏହାକୁ ବାବ୍ରୀ ମସଜିଦ ବୋଲି କୁହାଯାଏ।

୧୮୫୯: ବ୍ରିଟିସ ଶାସକ ଏହି ବିବାଦୀୟ ସ୍ଥଳରେ ପ୍ରାଚୀର ନିର୍ମାଣ କରିଦେଲେ। ପରିସରର ଭିତର ଅଂଶକୁ ମୁସଲମାନମାନଙ୍କୁ ଏବଂ ବାହାର ଅଂଶକୁ ହିନ୍ଦୁମାନଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ଦେଲେ।

୧୯୪୯: ମସଜିଦରୁ ମିଳିଲା ଭଗବାନଙ୍କ ରାମଙ୍କ ମୂର୍ତ୍ତି। କେତେଜଣ ହିନ୍ଦୁ ଏହି ମୂର୍ତ୍ତି ନେଇ ମସଜିଦରେ ରଖିଥିବା କୁହାଯାଇଥିଲା। ମୁସଲମାନମାନେ ଏହାକୁ ବିରୋଧ କରିଥିଲେ। ଏହାପରେ ଉଭୟ ପକ୍ଷରୁ କୋର୍ଟରେ ମାମଲା ଦାୟର କରାଯାଇଥିଲା। ସରକାର ଉକ୍ତ ସ୍ଥଳକୁ ବିବାଦୀୟ ଘୋଷଣା କରି ସେଠାରେ ତାଲା ପକାଇଥିଲେ।

୧୯୮୪: ଭଗବାନ ରାମଙ୍କ ସ୍ଥଳକୁ ମୁକ୍ତ କରି ରାମ ମନ୍ଦିର ନିର୍ମାଣ ଲାଗି କିଛି ହିନ୍ଦୁ ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ୱରେ ଏକ ସମିତି ଗଠନ କଲେ। ପରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏହାର ନେତୃତ୍ୱ ନେଇଥିଲେ।

୧୯୮୬: ହିନ୍ଦୁମାନଙ୍କୁ ପ୍ରର୍ଥନା କରିବା ଲାଗି ଜିଲା ମାଜିଷ୍ଟ୍ରେଟ ବିବାଦୀୟ ମସଜିଦରୁ ତାଲା ଖୋଲିଥିଲେ। ଏହାକୁ ବିରୋଧ କରି ମୁସଲମାନଙ୍କ ପକ୍ଷରୁ ବାବ୍ରୀ ମସଜିଦ ସଂଘର୍ଷ ସମିତି ଗଠନ କରାଯାଇଥିଲା।

୧୯୯୦: ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ବାବ୍ରୀ ମସଜିଦର କିଛି ଅଂଶକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଆଲୋଚନା ଜରିଆରେ ବିବାଦର ସମାଧାନ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।

୧୯୯୨: ବିଶ୍ୱ ହିନ୍ଦୁ ପରିଷଦ, ଶିବ ସେନା ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ଡିସେମ୍ବର ୬ରେ ବାବ୍ରୀ ମସଜିଦକୁ ଭାଙ୍ଗିଦେଇଥିଲେ। ଏହାପରେ ଦେଶବ୍ୟାପୀ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା, ଯେଉଁଥିରେ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

୧୯୯୮: ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ବିଜେପି ସରକାର ଗଠନ କଲା।

୨୦୦୧: ବାବ୍ରୀ ମସଜିଦ ଭଙ୍ଗାଯିବାର ବର୍ଷପୂର୍ତ୍ତି ଅବସରରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ବିଶ୍ଵ ହିନ୍ଦୁ ପରିଷଦ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ କରିବାକୁ ନିଜର ସଙ୍କଳ୍ପ ଦୋହରାଇଲା।

୨୦୦୨: ଅଯୋଧ୍ୟା ବିବାଦର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜାନୁୟାରୀ ମାସରେ ଅଯୋଧ୍ୟା ସମିତି ଗଠନ କଲେ।

୨୦୦୨ ଫେବୃୟାରୀ: ବିଜେପି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜର ଇସ୍ତାହାରରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ସାମିଲ କରିବାକୁ ମନା କରିଦେଲା। ବିଶ୍ଵ ହିନ୍ଦୁ ପରିଷଦ ମାର୍ଚ୍ଚ ୧୫ରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ ବୋଲି ଘୋଷଣା କଲା। ଶତାଧିକ ହିନ୍ଦୁ କାର୍ଯ୍ୟକର୍ତ୍ତା ଅଯୋଧ୍ୟାରେ ଏକାଠି ହୋଇଥିଲେ। ସେମାନେ ଅଯୋଧ୍ୟାରୁ ଟ୍ରେନରେ ଫେରିବା ସମୟରେ ଗୁଜରାଟର ଗୋଧ୍ରାଠାରେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୫୮ ଜଣ ପ୍ରାଣ ହରାଇଥିଲେ।

୨୦୦୨ ମାର୍ଚ୍ଚ ୧୩: ଅଯୋଧ୍ୟାରେ ଶୀଳା ପୂଜନ ପାଇଁ କାହାକୁ ବି ସରକାରଙ୍କ ଦ୍ବାରା ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦେଶ।

୨୦୦୨ ଜୁନ ୨୨: ମନ୍ଦିର ନିର୍ମାଣ ପାଇଁ ବିଶ୍ବ ହିନ୍ଦୁ ପରିଷଦ ବିବାଦୀୟ ଜମିକୁ ହସ୍ତାନ୍ତରଣ ପାଇଁ ଦାବି ଉଠାଇଲା।

୨୦୦୩ ମାର୍ଚ୍ଚ: ବିବାଦୀୟ ସ୍ଥଳରେ ପୂଜାପାଠ କରିବାକୁ ଅନୁମତି ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଅନୁରୋଧକୁ ସୁପ୍ରିମକୋର୍ଟ ଖାରଜ କଲେ।

୨୦୦୩ ଏପ୍ରିଲ: ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ବିବାଦୀୟ ସ୍ଥଳରେ ଖନନ ଆରମ୍ଭ। ଜୁନରେ ଖନନ ସରିବା ପରେ ସେଠାରୁ ମନ୍ଦିରର କିଛି ଅବଶେଷ ମିଳିଥିବା ରିପୋର୍ଟ ଆସିଲା।

୨୦୦୩ ମେ: ୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସଜିଦ ଭଙ୍ଗାଯିବା ମାମଲାରେ ସିବିଆଇ ଲାଲକୃଷ୍ଣ ଆଡୱାଣୀଙ୍କ ସମେତ ୮ ଜଣଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କଲା।

୨୦୦୩ ଜୁନ: କାଞ୍ଚି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ବତୀ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା କଲେ ଏବଂ ଜୁଲାଇ ସୁଦ୍ଧା ପ୍ରସଙ୍ଗର ସମାଧାନ ହେବ ବୋଲି ଆଶା କରାଗଲା, କିନ୍ତୁ ଏଭଳି କିଛି ହେଲାନାହିଁ।

୨୦୦୪ ଏପ୍ରିଲ: ଲାଲକୃଷ୍ଣ ଆଡୱାଣୀ ଅଯୋଧ୍ୟାରେ ଅସ୍ଥାୟୀ ରାମମନ୍ଦିରରେ ପୂଜାର୍ଚ୍ଚନା କଲେ ଏବଂ କହିଲେ ଯେ ନିଶ୍ଚିତ ରୂପେ ମନ୍ଦିର ନିର୍ମାଣ କରାଯିବ।

୨୦୦୫ ଜାନୁୟାରୀ: ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଲାଲକୃଷ୍ଣ ଆଡୱାଣୀଙ୍କୁ କୋର୍ଟଙ୍କ ସମନ ଜାରି।

୨୦୦୫ ଜୁଲାଇ: ବିବାଦୀୟ ସ୍ଥଳ ପରିସରରେ ୫ ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣ କଲେ। ଯେଉଁମାନେ ପରେ ସୁରକ୍ଷାକର୍ମୀଙ୍କ ଦ୍ବାରା ନିହତ ହୋଇଥିଲେ। ଏଥିରେ ୬ ଜଣ ଲୋକ ପ୍ରାଣ ହରାଇଥିଲେ।

୨୦୦୫ ଜୁଲାଇ ୬: ବାବ୍ରୀ ମସଜିତ ଭଙ୍ଗାଯିବା ସମୟରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ମାମଲାରେ ଛାଡ଼ ପାଇଥିବା ବିଜେପି ନେତା ଲାଲକୃଷ୍ଣ ଆଡୱାଣୀଙ୍କୁ ପୁଣି ସାମିଲ କରିବାକୁ ଆଲାହାବାଦ ହାଇକୋର୍ଟ ଆଦେଶ ଦେଲେ।

୨୦୦୬ ଏପ୍ରିଲ ୨୦: କଂଗ୍ରେସ ନେତୃତ୍ଵାଧୀନ ଉପା ସରକାର ଲିବରହାନ କମିଟି ସମ୍ମୁଖରେ ଲିଖିତ ଅଭିଯୋଗ କରି ବାବ୍ରୀ ମସଜିଦ ଭଙ୍ଗାଯିବା ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା ଏବଂ ଏଥିରେ ବିଜେପି, ଆରଏସଏସ,  ବଜରଙ୍ଗ ଦଳ ଏବଂ ଶିବସେନାର ହାତ ଥିଲା।

୨୦୦୭ ମାର୍ଚ୍ଚ ୧୯: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ନିର୍ବାଚନୀ ଗସ୍ତ ସମୟରେ କହିଲେ ଯେ, ଯଦି ନେହେରୁ-ଗାନ୍ଧୀ ପରିବାରର କୌଣସି ସଦସ୍ୟ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ବାବ୍ରୀ ମସଜିଦ ଭାଙ୍ଗି ନ ଥାନ୍ତା। ରାହୁଲଙ୍କ ଏପରି ମନ୍ତବ୍ୟକୁ କଡ଼ା ବିରୋଧ ହୋଇଥିଲା।

୨୦୦୯ ଜୁନ ୩୦: ବାବ୍ରୀ ମସଜିଦ ଭଙ୍ଗାଯିବା ମାମଲାର ତଦନ୍ତ ପାଇଁ ଗଠିତ ଲିବରହାନ କମିଟି ୧୭ ବର୍ଷ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ।

୨୦୦୯ ଜୁଲାଇ ୭: ଅଯୋଧ୍ୟା ବିବାଦ ସହିତ ଜଡ଼ିତ ୨୩ଟି ଗୁରୁତ୍ଵପୂର୍ଣ୍ଣ ଫାଇଲ ସଚିବାଳୟରୁ ଗାଏବ ହୋଇଯାଇଥିବା ଉତ୍ତର ପ୍ରଦେଶ ସରକାର ସ୍ବୀକାର କଲେ।

୨୦୦୯ ନଭେମ୍ବର ୨୪: ଲିବରହାନ କମିଟି ରିପୋର୍ଟ ସଂସଦର ଉଭୟ ସଦନରେ ଉପସ୍ଥାପନ କରାଗଲା। କମିଟି ଅଟଳ ବିହାରୀ ବାଜପେୟୀ ଏବଂ ଗଣମାଧ୍ୟମକୁ ରିପୋର୍ଟରେ ଦୋଷୀ ଦର୍ଶାଇଥିଲେ।

୨୦୧୦ ମେ ୨୦: ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଲାଲକୃଷ୍ଣ ଆଡୱାଣୀ ଏବଂ ଅନ୍ୟ ନେତାଙ୍କ ବିରୋଧରେ ଆପରାଧିକ ମାମଲା ଚଳାଇବାକୁ ହୋଇଥିବା ଆବେଦନ ହାଇକୋର୍ଟରେ ଖାରଜ।

୨୦୧୦ ଜୁଲାଇ ୨୬: ଆଲାହାବାଦ ହାଇକୋର୍ଟରେ ରାମଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ଶୁଣାଣି ଶେଷ।

୨୦୧୦ ସେପ୍ଟେମ୍ବର ୮: ସେପ୍ଟେମ୍ବର ୨୪ରେ ରାୟ ଶୁଣାଣି ପାଇଁ ଆଲାହାବାଦ ହାଇକୋର୍ଟଙ୍କ ଘୋଷଣା।

୨୦୧୦ ସେପ୍ଟେମ୍ବର ୩୦: ଆଲାହାବାଦ ହାଇକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ। ହାଇକୋର୍ଟ ବିବାଦୀୟ ସ୍ଥଳକୁ ରାମଙ୍କ ଜନ୍ମଭୂମି ବୋଲି ଘୋଷଣା କଲେ ଏବଂ ତାହାକୁ ୩ ଭାଗରେ ବାଣ୍ଟିଦେଲେ

୨୦୧୧ ମେ ୯: ସୁପ୍ରିମକୋର୍ଟ ଆଲାହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଥିଲେ।

୨୦୧୬ ଫେବୃୟାରୀ ୨୬: ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ସୁବ୍ରମଣ୍ୟମ ସ୍ବାମୀ ସୁପ୍ରିମକୋର୍ଟରେ ପିଟିଶନ ଦାୟର କଲେ।

୨୦୧୭ ମାର୍ଚ୍ଚ ୨୧: ଅଯୋଧ୍ୟା ବିବାଦ ମାମଲାର ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବା ଲାଗି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜେ.ଏସ. ଖେହର କହିଥିଲେ। ଜଷ୍ଟିସ ଖେହର ନିଜେ ଆଲୋଚନାର ମଧ୍ୟସ୍ଥତା କରିପାରିବେ ବୋଲି କହିଥିଲେ। ଏହାକୁ ବିଜେପି ନେତା ଲାଲକୃଷ୍ଣ ଆଡୱାଣୀଙ୍କ ସମେତ ଅନେକ ନେତା ସ୍ବାଗତ କରିଥିଲେ।

୨୦୧୭ ଅଗଷ୍ଟ ୮: ବିବାଦୀୟ ସ୍ଥାନଠାରୁ କିଛି ଦୂରରେ ଥିବା ମୁସଲିମ ବହୁଳ ଅଞ୍ଚଳରେ ମସଜିଦ ନିର୍ମାଣ ହୋଇପାରିବ ବୋଲି ଉତ୍ତର ପ୍ରଦେଶ ସିଆ ସେଣ୍ଟ୍ରାଲ ୱାକଫ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ାଯାଇଥିଲା।

୨୦୧୭ ନଭେମ୍ବର ୨୦: ଅଯୋଧ୍ୟାରେ ମନ୍ଦିର ଏବଂ ଲକ୍ଷ୍ନୌରେ ମସଜିଦ ନିର୍ମାଣ କରାଯାଇପାରିବ ବୋଲି ସିଆ ସେଣ୍ଟ୍ରାଲ ୱାକଫ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା।

୨୦୧୭ ଡିସେମ୍ବର ୧: ୩୨ କାର୍ଯ୍ୟକର୍ତ୍ତା ଆଲାହାବାଦ ହାଇକୋର୍ଟଙ୍କ ୨୦୧୦ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିରେ ଫିଲ୍ମ ନିର୍ମାତା ଅପର୍ଣ୍ଣା ସେନ୍‌, ଶ୍ୟାମ ବେନେଗଲ ଏବଂ ମାନବାଧିକାର କର୍ମୀ ତୀସ୍ତା ସୀତଲୱାଡଙ୍କ ସମେତ ସୁବ୍ରମଣ୍ୟମ ସ୍ବାମୀଙ୍କ ଆବେଦନ ସାମିଲ ଥିଲା।

୨୦୧୮ ଫେବୃୟାରୀ ୮: ସୁପ୍ରିମକୋର୍ଟରେ ଦିୱାନୀ ମାମଲାର ଶୁଣାଣି ଆରମ୍ଭ।

୨୦୧୮ ମାର୍ଚ୍ଚ ୧୪: ସୁପ୍ରିମକୋର୍ଟ ସୁବ୍ରମଣ୍ୟମ ସ୍ବାମୀଙ୍କ ସମେତ ସମସ୍ତ ଅନ୍ତରୀଣ ପିଟିଶନଗୁଡ଼ିକୁ ଖାରଜ କରିଦେଲେ। କେବଳ ସୁବ୍ରମଣ୍ୟମ ସ୍ବାମୀଙ୍କ ପିଟିଶନ ସମ୍ପର୍କରେ କୋର୍ଟ କହିଥିଲେ ଯେ, ବର୍ତ୍ତମାନ ଏହାକୁ ଏକ ଅଲଗା ପିଟିଶନ ରୂପରେ ସୂଚୀବଦ୍ଧ କରାଯିବ।

୨୦୧୮ ଜୁଲାଇ ୧୩: ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ଅଯୋଧ୍ୟା ବିବାଦ ମାମଲାର ଜୁଲାଇ ୨୦ରୁ ନିୟମିତ ଶୁଣାଣି ହେବ।

୨୦୧୮ ସେପ୍ଟେମ୍ବର ୨୭: ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ସମ୍ପର୍କିତ ୧୯୯୪ର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ମନା କଲେ। ସୁପ୍ରିମକୋର୍ଟ କହିଥିଲେ ଯେ, ମସଜିଦରେ ନମାଜ ପାଠ କରିବା ଇସଲାମର ଅଭିନ୍ନ ଅଙ୍ଗ ନୁହେଁ। ଏହା ସହିତ ସୁପ୍ରିମକୋର୍ଟ ଇସମାଇଲ ଫାରୁକୀ ମାମଲାକୁ ସମ୍ବିଧାନିକ ପୀଠକୁ ପଠାଇବାକୁ ମଧ୍ୟ ମନା କଲେ।

୨୦୧୯ ନଭେମ୍ବର ୯: ବହୁ ପ୍ରତୀକ୍ଷିତ ରାମଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ରାୟ ଶୁଣାଣି ଆରମ୍ଭ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠଙ୍କ ରାୟ ଶୁଣାଣି କରି ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦେଶ ଦେଲେ। ଏହା ସହିତ ମୁସଲମାନଙ୍କୁ ଅଯୋଧ୍ୟା ସହରର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବା ସହ ମସଜିଦ ନିର୍ମାଣରେ ସହାୟତା କରିବାକୁ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଜାରି କଲେ।

Monday, 2 September 2019

Western odisha ra ganaparba NUAKHAI

ପଶ୍ଚିମ ଓଡିଶା ର  ମହାନ ଗଣପର୍ବ "ନୂଆଖାଇ " ବହୁତ ଦିନ ରୁ ପାଳନ କରାଯାଉଛି ।ଇତିହାସ ଅନୁସାରେ ତତ୍କାଳୀନ ପାଟଣା ରାଜା ରମାଇ ଦେବ 1360 ମସିହାରୁ ନୂଆଖାଇ ପର୍ବ କୁ ଗଣ ପର୍ବ ର ମାନ୍ୟତା ଦେଇଥିବାର ସୁଚନା ଅଛି । ସମଗ୍ର ପଶ୍ଚିମ ଓଡିଶା ଏକ କୃଷି ପ୍ରଧାନ ଅଂଚଳ ହୋଇଥିବାରୁ ଏହାକୁ କୃଷି ଭିତ୍ତିକ ପର୍ବ ମଧ୍ୟ କୁହାଯାଏ । ଅଂଚଳରେ ବସ ବାସ କରୁଥିବା ଲୋକେ ନିଜର ପରମ୍ପରା ଓ ସଂସ୍କୃତି ଅନୁସାରେ ବିଭିନ୍ନ ଗଛ ର ପତ୍ର ସଂଗ୍ରହ କରି ସେହି ପତ୍ର ରେ ନୂଆଖାଇ ପାଳନ କରିବା ଏକ ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ ।
ଆମେ କୁଲତା ଜାତିରେ ମହୁଲ ପତ୍ରରେ ଖାଦ୍ୟ ଏବଂ ଭୋଗ ପରସି ନୂଆଖାଇ ପାଳନ କରିଥାଉ ।ମହୁଲ ପତ୍ରରେ ଆମେ କାହିଁକି ନୂଆଖାଇ ପାଳନ କରୁ ସେ ବିଷୟରେ କୌଣସି ତଥ୍ୟ ଭିତ୍ତିକ ସୁଚନା ନ ଥିଲେ ମଧ୍ୟ ଆମେ ସ୍ବାସ୍ଥ୍ୟ ଗତ ଦୃଷ୍ଟିରୁ ଏହାର ବହୁତ ଭଲ ଗୁଣ ଥିବାରୁ ହୁଏତ ଏହାକୁ ଆମର ପୁର୍ବଜ୍ ଗ୍ରହଣ କରିଥାଇ ପାରନ୍ତି ।ଏ ବିଷୟରେ ନିହାତି ଭାବରେ ଗବେଷଣା ର ଆବଶ୍ୟକତା ରହିଛି ।
ଅନ୍ୟାନ୍ୟ ଖାଦ୍ୟ ପାତ୍ର ଅପେକ୍ଷା ପତ୍ର ଖଳି ଅଧିକ ସ୍ୱଚ୍ଛ ଏବଂ ସ୍ବାସ୍ଥ୍ୟ ପାଇଁ ହିତକର ।ପତ୍ର ଉପରେ ଥିବା ପ୍ରାକୃତିକ ଆଚ୍ଛାଦନ ଯାହା ଖାଦ୍ୟ ପରସିବା ପରେ ଖାଦ୍ୟ ସହ ମିଶି ଏକ ଅଲଗା ସୁଗନ୍ଧ ଏବଂ ସ୍ୱାଦ ଖାଦ୍ୟ ରେ ମିଶିଥାଏ । ପତ୍ର ସହଜ ରେ ପଚି ପାରେ ତେଣୁ ପରିବେଶ ପ୍ରତି ଏହାର ପ୍ରତିକୂଳ ପ୍ରଭାବ ପଡ଼ିଥାଏ ଏବଂ ପଚିଵା ପରେ ଉତ୍ତମ ଖତ ରୁପରେ ବ୍ୟବହାର ହୋଇ ପାରେ ।
ଦିନକୁ ଦିନ ଗଛ ସଂଖ୍ୟା କମିବାରେ ଲାଗିଛି ଆଉ ତା ଭିତରେ ମହୁଲ ଗଛ ମଧ୍ୟ ରହିଛି ।ବହୁତ କମ ପରିମାଣ ରେ ଏବେ ମହୁଲ ଗଛ ଦେଖାଯାଉଥିବାରୁ ବହୁତ ଅସୁବିଧା ର ସମ୍ମୁଖିନ କରିବାକୁ ପଡିପାରେ । ଏହାର ପ୍ରଭାବ ଗାଁ ଅପେକ୍ଷା ସହରରେ ଅଧିକ ଦେଖା ଦେଇପାରେ ।ଏଣୁ ସମସ୍ତଙ୍କୁ ଅନୁରୋଧ ଆବଶ୍ୟକ ପରିମାଣ ର ପତ୍ର ତୋଳନ୍ତୁ ।କୌଣସି ଗଛ ର ଶାଖା ପ୍ରଶାଖା କାଟନ୍ତୁ ନାହିଁ କି ଅନ୍ୟ କୁ କାଟିବାକୁ ଦିଅନ୍ତୁ ନାହିଁ ।ସେହି ଶାଖା ରୁ ଆସନ୍ତା ବର୍ଷ ପୁଣି ପତ୍ର ଆସିବ ଏବଂ ଆପଣ ପୁଣି ପତ୍ର ସଂଗ୍ରହ କରିପାରିବେ ।

Friday, 30 November 2018

Silence life

एक चुप सौ सुख

एक मछलीमार काँटा डालकर तालाब के किनारे बैठा था ! काफी समय बाद भी कोई मछली काँटे में नहीं फँसी, ना ही कोई हलचल हुई , तो वह सोचने लगा... कहीं ऐसा तो नहीं कि मैंने काँटा गलत जगह डाला है, यहाँ कोई मछली ही न हो ! उसने तालाब में झाँका तो देखा कि उसके काँटे के आसपास तो बहुत-सी मछलियाँ थीं ! उसे बहुत आश्चर्य हुआ कि इतनी मछलियाँ होने के बाद भी कोई मछली फँसी क्यों नहीं ?
एक राहगीर ने जब यह नजारा देखा , तो उससे कहा ~ लगता है भैया ! यहाँ पर मछली मारने बहुत दिनों बाद आए हो ! अब इस तालाब की मछलियाँ काँटे में नहीं फँसतीं मछलीमार ने हैरत से पूछा
क्यों ... ऐसा क्या है यहाँ ?
राहगीर बोला ~ पिछले दिनों तालाब के किनारे एक बहुत बड़े संत ठहरे थे ! उन्होने यहाँ मौन की महत्ता पर प्रवचन दिया था ! उनकी वाणी में इतना तेज था कि जब वे प्रवचन देते तो सारी मछलियाँ भी बड़े ध्यान से सुनती !
यह उनके प्रवचनों का ही असर है , कि उसके बाद जब भी कोई इन्हें फँसाने के लिए काँटा डालकर बैठता है , तो ये मौन धारण कर लेती हैं !
जब मछली मुँह खोलेगी ही नहीं , तो काँटे में फँसेगी कैसे ? इसलिए ... बेहतर यहीं होगा कि, आप कहीं और जाकर काँटा डालो ।

परमात्मा ने हर इंसान को दो आँख, दो कान, दो नासिका, हर इन्द्रिय दो-दो ही प्रदान करी हैं , लेकिन जिह्वा एक ही दी है !
क्या कारण रहा होगा ?
क्योंकि यह एक ही अनेकों भयंकर परिस्थितियाँ पैदा करने के लिये पर्याप्त है !
संत ने कितनी सही बात कही है , कि,
जब मुँह खोलोगे ही नहीं , तो फँसोगे कैसे ?
ऐसे ही, जो,
अगर इन्द्रिय पर संयम करना चाहते हैं , तो,इस जिह्वा पर नियंत्रण कर लो  तो, बाकी सब इन्द्रियाँ स्वयं नियंत्रित रहेंगी !
यह बात हमें भी अपने जीवन में उतार लेनी चाहिए !

Wednesday, 21 November 2018

Work is worship work is god

शब्द तो यदा-कदा
चुभते ही रहते हैं सबके,
जब  ...
मौन चुभ जाए किसी का
तो  सम्भल जाना चाहिए..!

Sunday, 4 November 2018

Freedom fighter

Western Odiaha

ON 05/11/2018 BY NIRANJAN PRADHAN @PLUMBER

#Election2019 hi dega separetion.
mera soch hi apko sochne mein mazboor kar dega. ishiliye niche tak padh lena.
khelne ko toh bahut hi khel hai yeh #rajniti kya chiz hai.

Bharat humare #mata hai toh humare pita koun hai. orissa? oye MAA SAMALESWARI Mahakali ka Avtar hai. Ye mat puchna ki #Mahakal koun hai. humare #sambalpuri bhasha hi humare matru bhasha hai #ORIYA nehi.
orissa just a state of #INDIA 
#STATE is western language.
humare #WESTERN_ODISHA ki bhasha main #RAEJ bolte hain.
we want to separate state in India #KOSHAL_PRADESH
orissa get separated befor india independent

{ P=N×D=N/P=F+M=U+A=N }


Atomic symbols
P= pradhan, pattanayak, pradhan, #pri_minister
N= niranjan, navin niranjan
D= dharmendra , doughter
N= narendra, niranjan
P= plumber, pradhan, pri minister
F= father
M= Mother, modi
U= uncle
A= Aunty
N= niranjan, Nephew
last & fast it’s me NIRANJAN PRADHAN

Saturday, 18 November 2017

Nonstop zindagi

आहिस्ता चल ज़िन्दगी,
कई क़र्ज़ चुकाना बाकी है।
तेरी दौड़ भागते-भागते मैं थक गया हूं,
दम तो लेने दे,
कुछ दर्द मिटाना बाकी है।
मेरे अपने पीछे छूट गए,
कुछ फ़र्ज़ निभाना बाकी है…!!!